ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୩) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକାକୁ ସବଡିଭିଜନ ଘୋଷଣା ଦାବୀନେଇ ତହସିଲ ଅଫିସ ସମ୍ମୁଖରେ ଆଜି ଠାରୁ ଗଣଧାରଣା ଆରମ୍ଭ ହୋଇଛି ।
ବିନିକା ସବଡ଼ିଭିଜିନ ସଂଘର୍ଷ ସମିତି ସଭାପତି ପଞ୍ଚାନନ ବାକୁ ଙ୍କ ନେତୃତ୍ବରେ ବିନିକା ଦୁର୍ଗା ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ବିନିକା ତହସିଳ ଛକକୁ ପହଞ୍ଚିଥିଲେ । ସେଠାରେ ମହାତ୍ମା ଗାନ୍ଧୀ ଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରି ଶାନ୍ତି ପୂର୍ଣ୍ଣ ହିସାବରେ ଧାରଣାରେ ବସିଥିଲେ । ବିନିକା କୁ ସରକାର ସବଡ଼ିଭିଜନ ମାନ୍ୟତା ଦେବା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଦିବସ ଗୁଡ଼ିକରେ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ଗଣଧାରଣା ଜାରୀ ରହିବବା ସହିତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଏଡାଇ ଦିଆଯାଇ ନ ପାରେ ବୋଲି ସବଡ଼ିଭିଜିନ ସଂଘର୍ଷ ସମିତି ସଭାପତି ଶ୍ରୀ ବାବୁ କହିଛନ୍ତି । ସୁଚନା ଯୋଗ୍ୟ ଯେ , ବିନିକା ଅଞ୍ଚଳବାସୀ ଦିର୍ଘ ୩୦ ବର୍ଷରୁ ଅଧିକ ହେବ ବିଭିନ୍ନ ସମୟରେ ବାରମ୍ୱାର ରାଜ୍ୟ ସରକାରଙ୍କ ପାଖରେ ଦାବୀ, ପଞ୍ଚାୟତ, ବ୍ଳକ, ଏନଏସି ମାନଙ୍କ ବୈଠକରେ ସବଡ଼ିଭିଜନ ଦାବି କରାଯାଇଥିବା ଅବିକଲ ନକଲ ମୂଖ୍ୟମନ୍ତ୍ରୀ , ପୂର୍ବତନ 5T ସଚିବଙ୍କୁ ଦିଆ ଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନାହାନ୍ତି ।
ସବଡ଼ିଭିଜିନ ସଂଘର୍ଷ ସମିତି ସମ୍ପାଦକ ଜୟଦେବ ହରୀ, ତପନ ସା, ପ୍ରଶାନ୍ତ ଦଣ୍ଡସେନା, ରାମଗୋପାଳ ବାଘ, ସମ୍ବିତ ନେପାକ, ସୁରପ୍ରିୟା ନେପାକ, ଅଜିତ ସାମନ୍ତରାୟ, ମାଜନଭଂଜନ ପୂଜାହାରୀ, ପ୍ରଦୀପ ମେହେର, ବାଳକୃର୍ଷ୍ଣ କର, ବିପିନ ବିହାରୀ ମେହେର, ଶିତଲ ମହାକୁର, ବିରଞ୍ଚି କଅଁର, କରଞ୍ଜିତ ଭୁଏ ,ସତ୍ୟନାରାୟଣ ତ୍ରିପାଠୀ, ଭରତ ହୋତା, ସମେତ ଅଞ୍ଚଳ ବାସୀ ଉପସ୍ତିତ ଥିଲେ ।