ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
46
ବ୍ଲକ ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୩) : କାଶୀନଗର ବ୍ଲକ ସଭା ଗୃହ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।

ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ । ଏହି ଦିବସ ଟି ନାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ହୋଉଥିଲେ ସୁଦ୍ଧା ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କିଛି ଆୟୋଜିତ ହୋଇନାହିଁ । ବ୍ଲକ ସଭା ଗୃହରେ ଆୟୋଜିତ ଉତ୍ସବ ରେ ବିଡ଼ିଓ ଶ୍ରୀ ଡମ୍ବୁରୁ ଧର ମଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଏନ ଏ ସି ଅଧ୍ୟଖ୍ୟା ଶ୍ରୀମତୀ ଏମ ସୁଧାରଣୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ସମାଜସେବୀ ହୃଷିକେଶ ଗୌଡ଼ ଯୋଗ ଦେଇ ଆନ୍ତର୍ଜାତିକ ମହିଳା ଦିବସ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଶ୍ରୀ ଗୌଡ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତିନିଜଣ ମହିଳା ଙ୍କୁ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବାରୁ ପୁରସ୍କୃତ କରାଯାଇଥିଲା ।