ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ହେଲା ବିବାହ

0
33
ପାଦୁକାଶ୍ରମରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୯/୦୩) : ଆଜି ହେଉଛି ଆର୍ନ୍ତଜାତୀୟ ମହିଳା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଏକ ଗଣ ବିବାହ ଅନୁଷ୍ଠିତ ହୋଇଛି ।

ନବ ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣ ବିବାହର ଆୟୋଜନ କରାଯାଇଥିଲା । ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ବ୍ୟାସନଗର ସ୍ଥିତ ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ବାହାଘର କରାଯାଇଛି । ଗରିବ ଯୁବକ ଯୁବତୀଙ୍କୁ ହିନ୍ଦୁ ରୀତିନୀତି ସହ ବିବାହ କରାଇବାର ଲକ୍ଷ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ଗଣ ବିବାହ ସମ୍ପନ୍ନ କରୁଛି । ଭୋଜିଭାତ ସାଙ୍ଗକୁ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଏହି ବିବାହ କରାଯାଇଛି । ହାତଗଣ୍ଠି ପକାଇ ବ୍ରାହ୍ମଣ ନବ ଯୋଡ଼ିଙ୍କ ବିବାହ ସମ୍ପନ୍ନ କରିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ସହିତ ସଙ୍ଗଠନ ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା ।