ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ନକ୍ସଲ

0
49
ଦମ୍ପତିଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୯/୦୩) : ନକ୍ସଲଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ। ମୃତ ଦମ୍ପତି ହେଲେ ଡାହିରା କହଁର ଓ ବତସୀ କହଁର । ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ । ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ନକ୍ସଲମାନେ ସେମାନଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ନକ୍ସଲ ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲ ପକାଇ ଦେବା ପରେ ଅଞ୍ଚଳବସୀ ଭୟଭୀତ ହୋଇପଡ଼ିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।