ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା

0
49
ଜଣେ ମାନସିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୯/୦୩) : ଯାଜପୁର ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି ।

ସଦର ଥାନା ଜମଧର ଗାଁ’ର କାଳନ୍ଦୀ ମଲ୍ଲିକ ହତ୍ୟାର ଶିକାର ହୋଇଛନ୍ତି । ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ ପୋଲିସ ଗିରଫ କରିଛି । କାଳନ୍ଦୀ ସ୍ଥାନୀୟ ସରପଞ୍ଚଙ୍କୁ ଦେଖା କରି ଫେରିବା ବେଳେ, ସୁରେନ୍ଦ୍ର ତାଙ୍କୁ କଟୁରିରେ ହାଣି ହତ୍ୟା କରିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ସୁରେନ୍ଦ୍ରକୁ ପୋଲିସ ଗିରଫ କରିଛି ।