ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମଁl ଭୈରବୀ ଙ୍କ ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
259

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, ତା (୧୯/୦୯) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣା କଟକ ସ୍ଥିତ ମା’ ଭୈରବୀ ଙ୍କ ପୀଠ ରେ ଷୋଳ ପୂଜା ପାଇଁ ମନ୍ଦିର ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l

ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣା କଟକ ସ୍ଥିତ ମଁl ଭୈରବୀ ମନ୍ଦିର ପରିଚଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଷୋଳ ପୂଜା ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା | ଆସନ୍ତା ୨୯ ତାରିଖ ମୂଳାଷ୍ଟାମୀ ଠାରୁ ଷୋଳ ପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ l ଷୋଳ ପୂଜା ସମ୍ପର୍କିତ ବୈଠକ ରେ ସମ୍ପାଦକ ଶୁସେଣ ପ୍ରଧାନ, ଉପ ସଭାପତି ରସାନନ୍ଦ ସାହୁ, ଅକ୍ରୁର ସେଠୀ, କୋଷାଧ୍ୟାକ୍ଷ ସରୋଜ ପ୍ରଧାନ ଏବଂ ଅଞ୍ଚଳ ର ଷୋଳ ଖଣ୍ଡ ମୋୖଜ଼ା ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l