ଦୁର୍ଗ-ପୁରୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ

0
37
ଦୁର୍ଗ-ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୧୪/୦୩) : ଆଜି ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜଣେ ଯୁବକ ବରଗଡ଼ରୁ ମଧ୍ୟପ୍ରଦେଶକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲା ।

ଏସମ୍ପର୍କରେ ଟିଟିଲାଗଡ଼ ରେଲୱେ ପୁଲିସ ଖବର ପାଇଥିଲା । ଟ୍ରେନଟି ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବା ପୂର୍ବରୁ ରେଲୱେ ପୁଲିସ ଗଞ୍ଜେଇ ମାଫିଆକୁ ମାଡ଼ିବସିଥିଲା । ଗିରଫ ଗଞ୍ଜେଇ ମାଫିଆ ଜଣଙ୍କ ମଧ୍ୟପ୍ରଦେଶର ହର୍ଷିତ ଜେନା ବୋଲି ଜଣାପଡ଼ିଛି । ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ରେଲୱେ ପୁଲିସ ଅଧିକାରୀ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ଗିରଫ ବ୍ୟକ୍ତିଙ୍କ ଠାରୁ ୫ କେଜିର ଗଞ୍ଜେଇ ଜବତ ହୋଇଛି । ଯାହାର ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ହଜାର ଟଙ୍କା ହେବ । ସଂପୃକ୍ତ ଯୁବକକୁ ରେଲୱେ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।