କୋଲାବ ନଗରରେ ରାତ୍ରି କାଳୀନ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
142
କୋଲାବ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୫/୩) : କୋରାପୁଟ ବ୍ଲକ୍ ଅନ୍ତର୍ଗତ କୋଲାବ ନଗର ଡ୍ୟାମ୍ ସାଇଟ୍ ରେ ଗତ ୪ ତାରିଖରୁ ଆରମ୍ଭ ହୋଇ ଥିବା ଭଲିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।

ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ୍ ଅଧ୍ୟକ୍ଷ ରଘୁରାମ ପଢ଼ାଲ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିବା ଜଣା ପଡ଼ିଛି ।ନବରଙ୍ଗପୁର, ମାଲକାନଗିରି,ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବଛା ବଛା ଖେଳାଳୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଗତ ୪ ତାରିଖରୁ କୋଲାବ ନଗରରେ ଡେରା ପକାଇ ରହିଥିବା ବେଳେ ନାରାୟଣପାଟଣା ଦଳ ଫାଇନାଲ ମ୍ୟାଚରେ ରାବଣ ସିକ୍ସ୍ ଦଳକୁ ହରାଇ ଚମ୍ପିଆନ୍‌ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ରାଶି ହାସଲ କରିଥିବା ବେଳେ ରାବଣ ସିକ୍ସ୍ ଦଳ ୨୦୦୦୦ ଟଙ୍କା ସହ ଟ୍ରଫି ହାସଲ କରିଥିବା ଜଣାପଡ଼ିଛି ।

ଏହି ଉଦଯାପନି ସମାରୋହରେ କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତ୍କଳ ରଞ୍ଜନ ନାୟକ, ସୁରେଶ ପଟ୍ଟନାୟକ, ତ୍ରିପୁରାରୀ ଗରଡା, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର କୁମାର ଜେନା ତଥା ପଞ୍ଚାୟତ ସଭାପତି ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବ ରେ ଉପସ୍ଥିତ ରହି ଖେଳାଳୀଙ୍କୁ ଅତିଥିମାନେ ଉତ୍ସାହିତ କରିଥିବା ଦେଖା ଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଡ୍ୟାମ୍ ସାଇଟ୍ ଯୁବକ ଦଳ ସଭାପତି ଟୁଟୁ ଡାକୁଆ,ଶୁକ୍ରୁ ଖରା, ସନ୍ତୋଷ ନାଗ, ଲକ୍ଷ୍ମୀ ନାରାୟଣ ତନ୍ତୀ, ଚନ୍ଦନ ସାମଲ, ପ୍ରବୀଣ ମୋହିନୀ, ଡମ୍ବରୁ ଖୋସଲା, ବିଦେଶୀ ଖିଲ, ସୁରେଶ ନାୟକ ପ୍ରମୁଖ ସହଯୋଗ କରିଥିବା ଜଣା ପଡ଼ିଛି ।