ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତି ଦେଲେ

0
32
ପୂର୍ବତନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୫/୦୩) : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁ’ରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ । ଗତକାଲି ବିଳମ୍ବିତ ରାତିରେ ସୀଙ୍ଗୁରୁଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତେବେ କିଏ ଓ କାହିଁକି ପୂର୍ବତନ ସରପଞ୍ଚ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି । ହତ୍ୟା ସଂପର୍କରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।