ଏନ ଏ ସି ଘୋଷଣା ଦାବୀ ରେ ମୋହନା ବନ୍ଦ; ଚକ ଅଖ ବନ୍ଦ ଯୋଗୁଁ ଯୋଗା ଯୋଗ ଠୋପ !

0
51
ଏନ ଏ ସି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୩) : ଆଜି ଗଜପତି ଜିଲ୍ଲାର ମୋହନା ପଂଚାୟତକୁ ଏନ ଏ ସି ଘୋଷଣା ଦାବୀ ରେ ୨୪ ଘଣ୍ଟିଆ ବନ୍ଦ ପାଳନ ଅରମ୍ଭ ହୋଇଯାଇଛି ।

ପୂର୍ବ ନିଷ୍ପତି ମୁତାବକ ଆଜି ଏନ ଏ ସି ଘୋଷଣା ଦାବୀ ରେ ମୋହନା ସହର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ କୁ ସହର ର ବଣିକ ସଙ୍ଘ, ସାମ୍ବାଦିକ ସଙ୍ଘ, ବହୁ ସ୍ୱୟଂ ସହାୟକ ଗୋଷ୍ଠୀ, ସହର ର ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ଏହି ବନ୍ଦ ରେ ସାମିଲ ହୋଇଛନ୍ତି । ମୋହନା ବନ୍ଦ ଯୋଗୁଁ ଦକ୍ଷିଣ ଓଡିଶା ର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ପୁର, ରାୟଗଡା ଠାରୁ ବ୍ରହ୍ମପୁର, ଭୁବେନେଶ୍ୱର, କଟକ କୁ ଯାଉଥିବା ବସ ଗୁଡିକ ବନ୍ଦ ରହିଛି । ଗତ ଦୁଇଦିନ ତଳେ ରାଜ୍ୟ ସରକାର କେତୋକ ଏନ ଏ ସି ଓ ମୁନିସିପାଲିଟି ଘୋଷଣା କରି ଥିଲେ ସୁଦ୍ଧା ମୋହନା କୁ ଘୋଷଣା କରି ନଥିବା ରୁ ଅଞ୍ଚଳ ବାସି କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀ ଦଣ୍ଡାସୀ ସାହୁ ଙ୍କ ନେତୃତ୍ୱ ରେ ବହୁ ଲୋକ ପ୍ରତିନିଧି, ସରପଞ୍ଚ ସ୍ରମସ୍ତେ ସାମିଲ ହୋଇଛନ୍ତି । ଏହି ବନ୍ଦ ଯୋଗୁଁ ଲୋକେ ବହୁତ ହଇରାଣ ହେଉଥିଲେ ସୁଦ୍ଧା ବନ୍ଦ କିଭଳି ସଫଳ ହେବ ସେ ନେଇ ସମସ୍ତ ଙ୍କୁ ନିବେଦନ କରାଯାଇଛି ।