ତାରା ତାରିଣୀ ଛକ ସ୍ଥିତ ତନଭି ପବ୍ଲିକ ଇଂଲିଶ ମିଡିୟମ୍ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
30
ତାରା ତାରିଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୩) : ତାରା ତାରିଣୀ ଛକ ଠାରେ ଥିବା ତନଭି ଇଂରେଜି ମିଡ଼ିଏମ ସ୍କୁଲ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ ଜିତ ଶତପଥୀଙ୍କ ସଂଯୋଜନା ସହିତଏହାର ଚେୟାର ମେନ ଶ୍ରୀ କାମରଜୁ ସାବତ, କାର୍ଯ୍ୟ ନିର୍ବାହୀ ଅଧିକାରୀତଥା ଅନୁଷ୍ଠାନ ର ଅଧକ୍ଷ ନୀଳ ମାଧବସାବତ ଙ୍କ ଅଧକ୍ଷତାରେ ଏହି ୧୦ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2024 03 20 at 08.05.53 ତାରା ତାରିଣୀ ଛକ ସ୍ଥିତ ତନଭି ପବ୍ଲିକ ଇଂଲିଶ ମିଡିୟମ୍ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଟାଏଡ଼ ପ୍ରଫେସର ଅମୀୟ ପରିଛା, ସତୀଶ ପ୍ରସାଦ ନାୟକ, ଗାନ୍ଧୀ ପଣ୍ଡା ରମାରମଣ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବି.ଇ.ଓ ଶ୍ରୀ ଯୁକ୍ତ ହରେକୃଷ୍ଣ ପଣ୍ଡା ଏବଂ ସମ୍ମାନୀୟ ଅତିଥି ଭାବେ ଭାଟ କୁମରଡ଼ା କଲେଜ ର ଇଂରେଜି ଅଧ୍ୟାପକ ଶ୍ରୀ ନରେନ୍ଦ୍ର କୁମାର ପାତ୍ର , ତାରା ତାରିଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲୋକେଶ ପଟ୍ଟନାୟକ, ବାଘଳା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ, ଶ୍ରୀମତୀ ସୁନିତା ଦେବୀ, ଶ୍ରୀ ବିଶ୍ୱରଂଜନ ବଳ (ଉପାଧ୍ୟକ୍ଷ ଭାତକୁମରଡା ଓ.ଏ.ଭି ର ଉପାଧ୍ୟକ୍ଷ ଶ୍ରୀ ବିଶ୍ଵରଞ୍ଜନ ବଳ ପୂର୍ବତନ ଓକିଲ ସଂଘର ସଭାପତି, ଦେବାନନ୍ଦ ମହାପାତ୍ର, ପୂର୍ବତନ ସରକାରୀ ରାଜସ୍ବ ଅଧିକାରୀ ଅଖିଳ କୁମାର ସାବତ ,ପିଂଛୁଳି କ୍ଲଷ୍ଟର ସି.ଆର.ସି.ସି. ବନମାଳୀ ବେହେରା, ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଭିର୍ଣ୍ଣ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା କୁନି କୁନି ଶିଶୁ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ମନୋବଳକୁ ଦୃଢ଼କରି ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା । ଛାତ୍ର,ଛାତ୍ରୀ ମାନଙ୍କ ନାଚ, ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆସରରେ ଦୁଲୁକିଥିଲା ମଞ୍ଚ । ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନଜିତ ଶତପଥୀ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ କିରଣ କୁମାର ମଞ୍ଚକୁ ପରିଚାଳନା କରିଥିଲେ । ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଭାବେ ବିଭୁପ୍ରସାଦ ନାହାକ,ବିଜୟ ପ୍ରଧାନ,ଗୀତା ନାହାକ,ଶାନ୍ତି ଶତପଥୀ, ଗୀତା ମହାରଣା,ତନୁଶ୍ରୀ ସାହୁ, ବିଜୟଲକ୍ଷ୍ମୀ ଦାଶ ଅନିତା ମହାରଣା, ରାଜ କିଶୋର ଦାଶ, ଲୋପିତା ପଟ୍ଟନାୟକ ସହଯୋଗ କରିଥିଲେ ।