ନକ୍ସଲ ନୁହେଁ, ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

0
32
ନକ୍ସଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୯/୦୩) : ନକ୍ସଲ ନୁହେଁ । ଗୁଣି ଗାରେଡ଼ି ସନ୍ଦେହରେ ହୋଇଛି ଦମ୍ପତିଙ୍କୁ ହତ୍ୟା । କନ୍ଧମାଳ ଜିଲ୍ଲାରେ ଘଟିଥିଲା ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛନ୍ତି ।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି । ଗୁମାନଦଣୀ ଗାଁ’ର ଡାହିରା କହଁର ଓ ତାଙ୍କ ପତ୍ନୀ ବତାଶି କହଁର ନିୟମିତ ଭାବେ ଦେବାଦେବୀଙ୍କୁ ପୂଜା କରନ୍ତି। ସେମାନଙ୍କ ପୂଜାକୁ ଗାଁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଦମ୍ପତି ଗୁଣି ଗାରେଡି କରୁଥିବା ଗାଁ ଲୋକେ ସନ୍ଦେହ କରୁଥିଲେ । ତେଣୁ ଦମ୍ପତିଙ୍କୁ ହଟାଇବା ପାଇଁ ଗାଁ ଲୋକେ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଗତ ୩ ତାରିଖରେ ବସିଥିଲା ଗୁପ୍ତ ବୈଠକ। ନିଷ୍ପତ୍ତି ଅନୁସାରେ ହତ୍ୟା ପାଇଁ ସୁପାରୀ କିଲର ନିୟୋଜିତ କରିଥିଲେ । ସୁପାରୀ କିଲର ଦେବା ପାଇଁ ଘର ପିଛା ୧୦ ହଜାର ଲେଖାଏଁ ଟଙ୍କା ଚାନ୍ଦା ଆଦାୟ କରିଥିଲେ ।

ଦମ୍ପତିଙ୍କୁ ହତ୍ୟା ପାଇଁ ଫୁଲବାଣୀରେ ରହୁଥିବା ଗୁମାନଦଣୀ ଗାଁ ସୁନୀଲ ଦିଗାଲଙ୍କୁ ନିୟୋଜିତ କରିଥିଲେ। ସେଥିପାଇଁ ତାଙ୍କୁ ଅଗ୍ରୀମ ୪୫ ହଜାର ଟଙ୍କା ଦେଇଥିଲେ । ଯୋଜନା ମୁତାବକ ଗତ ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ସୁନୀଲ୍‌ ଓ ଅଜୟ କହଁର ନାମକ ଜଣେ ଗାଁ’ର ଯୁବକ ଡାହିରା କହଁରଙ୍କ ଘରକୁ ଯାଇଥିଲେ । ବିଭିନ୍ନ ବାହାନା କରି ଉଭୟଙ୍କୁ କାଲିବିହାରୀଗାଟା ଜଙ୍ଗଲକୁ ଡାକି ନେଇଥିଲେ । ସେଠାରେ ତାଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କରିଥିଲେ ।

ହତ୍ୟାକାଣ୍ଡ ଭିଆଇବା ସୁନୀଲ୍‌ ଓ ଅଜୟ କହଁର ସେଠାରୁ ଚମ୍ପଟ ମାରିଥିଲେ । ନିଜର ରକ୍ତ ଭିଜା କନାକୁ ନିକଟସ୍ଥ ଜଙ୍ଗଲରେ ପକାଇ ଦେଇଥିଲେ । ସେହି ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଦମ୍ପତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ପ୍ରଚାରିତ ହୋଇଥିଲା । ତେଣୁ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ପୁଲିସ୍‌ ମାମଲାର ଚଳାଇଥିବା ବେଳେ ଗାଁର ଭରତ ଦିଗାଲ୍‌ ଓ ସୁନୀଲ୍‌ ଦିଗାଲର ଗତିବିଧି ଉପରେ ନଜର ରଖିଥିଲା ।

ପୁଲିସ୍‌ ପ୍ରଥମେ ଭରତ ଦିଗାଲ୍‌ ଓ ସୁନୀଲ୍‌କୁ ଅଟକ ରଖି ଜେରା କରିଥିଲା । ଜେରା ବେଳେ ସେ ସବୁ କଥା କହି ପକାଇଥିଲା । ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା । ଆଜି ଭୀମ କହଁର, ରିଙ୍ଗ କହଁର, ଉଗ୍ରସେନ୍‌ ଗହଁର, ନାଇବ କହଁର, ନାବସିଙ୍ଗ କହଁର, ବୃଷଭ କହଁର, ଗନ୍ଦରା କଅଁର ଓ ରୀନା କହଁରଙ୍କୁ ପୁଲିସ୍‌ ଗିରଫ କରିଛି । କିନ୍ତୁ ଅଜୟ ଫେରାର ଅଛି । ତାକୁ ଖୁବ୍‌ଶୀଘ୍ର ଗିରଫ କରାଯିବା ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ।