ବିଶ୍ଵ ବନ ଦିବସ-୨୦୨୪ ପାଳନ

0
31
ବିଶ୍ଵ ବନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୩) : ତାରିଖ ୨୧.୦୩.୨୦୨୪ ରେ ରାୟଗଡା ସ୍ଥିତ ଫରେଷ୍ଟ ପାର୍କ ରେ ରାୟଗଡା ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ-୨୦୨୪ ପାଳନ ହୋଇଅଛି ।

ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ, ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଓ ଗୁଣୁପୁର ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହା ସହ ରାୟଗଡ଼ ବନଖଣ୍ଡର ୭ ଗୋଟି ବନାଞ୍ଚଳ ରୁ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ବିଗତ ଦିନରେ ରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଉଦ୍ଧେଶ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା । ସେଥିରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ର ବିଜେତା ଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ  ସ୍ଥାନ ହିସାବରେ ପୁରସ୍କୃତ କରଯାଇଥିଲା । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ର ରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ୧୦ ଜଣ ବନକର୍ମଚାରି ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଗଲା  ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନେ ନିଜ ଅଭିଭାଷଣରେ ଜଙ୍ଗଲ ସୁରକ୍ଷା ରେ ଆମ ସମସ୍ତଙ୍କର ଯୋଗଦାନ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପରିପ୍ରକାଶ କରିଥିଲେ । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ରରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ରାୟଗଡା ବନଖଣ୍ଡ ତରଫରୁ ଶ୍ରୀ ଗୌରୀ ଶଙ୍କର ସାହୁ , ବନପାଳ ଓ ଶ୍ରୀ ପ୍ରଦୀପ କୁମାର ସାହୁ, ବନରକ୍ଷୀଙ୍କୁ ଆଜି ଭୁବନେଶ୍ଵରରେ ଓଡିଶା ସରକାର ଦ୍ଵାରା ପୁରସ୍କୃତ କରାଯାଇଛି ।