ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ଓ ଗଣଧାରଣା

0
40
ବୌଦ୍ଧ ଜିଲ୍ଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୩) : ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଓ ଏବଂ ଗଣଧାରଣା lWhatsApp Image 2024 03 21 at 18.11.55 ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ଓ ଗଣଧାରଣା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ବିଜ୍ଞାନ ଶିକ୍ଷକ ମନୋଜ କୁମାର ସାହୁ ଓ ସଂସ୍କୃତ ଶିକ୍ଷୟିତ୍ରୀ ଅନୁସୟା ଦେବୀ ଙ୍କ ସହିତ ଅନ୍ୟାନ୍ୟ ଶିକ୍ଷକ / ଶିକ୍ଷୟିତ୍ରୀ ଗତ ୧୪/୦୨/୨୪ ତାରିଖ ସରସ୍ବତୀ ପୂଜା ଦିନ ଗଣ୍ଡା ଜାତି ର ଦଶମ ଶ୍ରେଣୀ ର ଛାତ୍ର ଶକ୍ତି ସଞ୍ଜତ ହରିପାଲ ଙ୍କୁ ଜାତିଗତ ଆକ୍ଷେପ ତଥା ଛୁଆଁ ଅଛୁଆଁ ଭେଦଭାବ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଇ ପ୍ରସାଦ ସେବନ ସମୟରେ ଦୂରେଇ ରହିବାକୁ କଟୁ ଭାଷାରେ ଗାଳି ଗୁଲଜ କରିଥିଲେ l

ସରକାର ପ୍ରାଥମିକ ଶିକ୍ଷା କୁ ବ୍ୟାପକ କରିବା ସହିତ ସର୍ବ ବ୍ୟାପି କରିବା ଉଦ୍ଦେଶ୍ୟ ରେ ବିଦ୍ୟାଳୟ ପରିସର କୁ ଦଣ୍ଡ ମୁକ୍ତ ଏବଂ ଭେଦ ଭାବ ଶୂନ୍ୟ ଅଞ୍ଚଳ ଭାବରେ ଘୋଷଣା କରିଥିବା ବେଳେ ତିନିଜଣ ସରକାରୀ ଶିକ୍ଷକ ଏବଂ ଅନ୍ୟାନ୍ୟ ସହଯୋଗୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଏଭଳି କାର୍ଯ୍ୟକଳାପ ଗଣ୍ଡା ଜାତି କୁ ସମଗ୍ର ରାଜ୍ୟରେ ନିନ୍ଦିତ, ଲଜ୍ଜିତ ଓ ଅପମାନିତ କରିବା ସହିତ ମାନସିକ ସ୍ତରରେ କଠୋର ଆଘାତ ଲାଗିଛି ବୋଲି ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳ ଙ୍କ ଠାରେ ଲିଖିତ ଆକାରରେ ଜଣାଇଛନ୍ତି l

ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଛନ୍ତି l ଉପରୋକ୍ତ ତିନି ଜଣ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ୧୭/୦୨/୨୦୨୪ ତାରିଖ ରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଦାବି ପତ୍ର ଦେବାର ଆଜକୁ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l

ଏହାର ପ୍ରତିବାଦ ରେ ଆଜି ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଗଣଧାରଣା କାର୍ଯ୍ୟକ୍ରମରେ ସଙ୍ଗଠନର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ, ଦଶରଥ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ, ଧରଣୀଧର ବିଭାର, ରମେଶ ମହାନନ୍ଦିଆ, ବିଶ୍ୱଜିତ୍ ହରିପାଲ ବରିଷ୍ଠ ସମାଜସେବୀ ଜୟରାମ ହରିପାଲ, ଜଗବନ୍ଧୁ ବାଦୀ, ଚିତ୍ତରଞ୍ଜନ ବେହେରା, ବାମନ ବେହେରା, ହରିବନ୍ଧୁ ହରିପାଲ, ଶ୍ରୀଧର କୁମ୍ଭାର, ସୁବ୍ରତ କୁମାର ଜଗଦଲା, ଲଳିତ କହଁର, ସନତ କହଁର, ଭୁବନ ଭବସାଗର, କପିଳ ଭବସାଗର, ବରୁଣ ରାଜଦୀପ ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ l