ବିଶ୍ୱ ଜଳ ଦିବସ ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
49
ବିଶ୍ୱ ଜଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୩) : ଆଜି ବିଶ୍ୱ ଜଳ ଦିବସ ଯୋଗୁଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଆଜି ବିଶ୍ୱ ଜଳ ଦିବସ ଯୋଗୁଁ କାଶୀନଗର ଶ୍ରୀରାମ ଜୁନିଅର କଲେଜ ତରଫରୁ କାଶୀନଗର ସହର ରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କଲେଜ ର ଛାତ୍ର ଓ ଛାତ୍ରୀ ଜଳ ର ଆବଶ୍ୟକତା, ଓ ଜଳ ର ସଦ ଉପଯୋଗ କିଭଳି କରାଯିବା ଦରକାର ସେ ନେଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନ ସଚେତନ କରିଥିଲେ l ଜଳ କୁ କିଭଳି ନଷ୍ଟ ନ କରି ବ୍ୟବହାର ଉପଯୋଗୀ କରାଯିବ ଓ ପ୍ରଦ୍ୟୁଷଣ ମୁକ୍ତ ଜଳ ର ବ୍ୟବହାର ଓ ଜଳ ସଂରକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ସଚେତନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପିଲାମାନେ ଭାଗ ନେଇଥବା ବେଳେ କୌଣସି ଶିକ୍ଷକ ଭାଗ ନେଇ ନଥିଲେ l