ଯୌତୁକ ପାଇଁ ଉଜୁଡିଗଲା ସୁନାର ସଂସାର, ବୋହୂକୁ ହତ୍ୟା ଅଭିଯୋଗ

0
45
ଯୌତୁକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୨୨/୦୩) : ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ବଡମସିଂ ଗ୍ରାମର ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି ।

ମୃତ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ମାଣିକପୁର ଗ୍ରାମର ସମିଳା ଗମାଙ୍ଗ । ଯୌତୁକ ପାଇଁ ଶାଶୁ ଘର ଲୋକେ ମାରି ଦେଇଥିବା ସମିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସମିଳା ବଡ଼ମସିଂ ଗ୍ରାମର ଲୁକେଶ ଶବରଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରଠୁ ଝିଅକୁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ । ଏନେଇ ସମିଳା ପରିବାର ଲୋକଙ୍କୁ ଜଣାଇଥିଲେ । ଗତକାଲି ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସମିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଶାଶୁ ଘର ଲୋକେ ଏହା ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସମିଳାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ମହିଳାଙ୍କ ଭାଇ ଜାରାସ ଗମାଙ୍ଗ ପୁଟାସିଂ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପକ୍ଷେ ପୁଟାସିଂ ପୁଲିସ ମୃତ ମହିଳାଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି ।