ଉଲୁଣ୍ଡା ରେ ଆନ୍ତର୍ଜାତୀୟ ମାନବ ଅଧିକାର ଫୋରମ କାର୍ଯ୍ୟାଳୟ ଉଦଘାଟିତ

0
31
ଉଲୁଣ୍ଡା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୨/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଆଜି ଆନ୍ତର୍ଜାତୀୟ ମାନବ ଅଧିକାର ଫୋରମ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।

ଏଥିରେ ମୁଖ୍ୟଅତିଥି ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର ଫୋରମ ପ୍ରତିଷ୍ଠାତା ଡଃ ସୁଭାଶିନୀ ବଳ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଆନ୍ତର୍ଜାତୀୟ ମାନବ ଅଧିକାର ଫୋରମ ରାଜ୍ୟ ଜଏଣ୍ଟ ସେକ୍ରେଟାରୀ ମମତା ପାଲଟାସିଂ ଓ ଜିଲ୍ଲା ସଭାପତି ବସନ୍ତ କୁମାର ସୁଭୁଦି ଯୋଗ ଦେଇ ଉଦବୋଧନ କରିଥିଲେ । ଏଥିରେ ଉମେଶ ଚାଉଳିଆ ସଭା ପରିଚାଳନା କରିଥିବା ବେଳେ ସୁରେଶ ମ‌ହାକୁର ଧନ୍ୟବାଦ ଅର୍ପଣ ଦେଇଥିଲେ । ବିଶେଷ କରି ସାମାଜିକ ସୁରକ୍ଷା, ନାରୀଙ୍କୁ ସମ୍ମାନ, ସେବା, ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। “ମାନବ ସେବା ହିଁ ମାଧବ ସେବା ” ବୋଲି ଡଃ ସୁଭାଶିନୀ ବଳ କହିଥିଲେ । ଆଗାମୀ ଦିନରେ ସମସ୍ତ ଯାଗା ରେ ସଂଗଠନ କରି ଲୋକଙ୍କ ପାଇଁ କାର୍ଯ୍ୟ କରିବା ତଥା ସମାଜସେବା କରିବା ପାଇଁ କୁହାଯାଇଥିଲା ।