ମୁଗ ଚାଷୀଙ୍କୁ ଦାଉ ସାଧିଲା ଲେଢା ପୋକ

0
45

ରିପୋର୍ଟ : ରାଜେଶ ବାଘ
ସୁବର୍ଣ୍ଣପୁର, (୨୨/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲସ୍ତଳା ଗାଁ ରେ ଚାଷୀଙ୍କ ମୁଗଚାଷ ପ୍ରଭାବିତ।ଲଗାଣ ତିନି ଧରି ଅଦିନିଆ ବର୍ଷା ହୋଇଥିବାରୁ ମୁଗ ଚାଷରେ ଲେଢା ପୋକ ଓ ଜଉପୋକ ଲାଗିଯିବାରୁ ମୁଗଚାଷ ନଷ୍ଟ ହୋଇଯାଇଛି ।

ଯାହା ଫଳରେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଚାଷୀଙ୍କୁ ଅଦିନିଆ ବର୍ଷା ଓ ଲେଢା ପୋକ ଦାଉ ସାଧିଛି।ବଜାରୁ ଚଢା ଦରରେ ଔଷଧ କିଣି ଛିଞ୍ଚନ କଲେ ମଧ୍ୟ ରୋଗ ଛାଡୁନାହିଁ । ଏ ଉପରେ ଏ ପର୍ଯ୍ୟନ୍ତ କୃଷିବିଭାଗ କୈଣସି ପଦକ୍ଷେପ ଗ୍ରହଣ କରିନାହିଁ । ଚାଷୀଙ୍କ କହିବା ଅନୁସାରେ ଚାଷୀ ବାହାରୁ ମୁଗ ବିହନ କିଣି ଚାଷ କରୁଛନ୍ତି । ଚାଷୀମାନେ ମୁଗ ବିହନ ପାଉନାହାନ୍ତି କି ସାର ଔଷଧ ଟଙ୍କା, ସବସିଡି ଟଙ୍କା ବି ପାଉନଥିବା ଅଭିଯୋଗ କରିଛନ୍ତି । ପ୍ରକୃତରେ ଏସବୁ ଚାଷୀ ପାଇପାରୁ ନାହାନ୍ତି । ଅଦିନିଆ ବର୍ଷା ଓ ଲେଢା ପୋକ ଯୋଗୁଁ ଲସ୍ତଳା ରେ ପ୍ରାୟ ୬୦ ଏକର ମୁଗଚାଷ ନଷ୍ଟ ହୋଇଯାଇଛି। ଅତିଶୀଘ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।