ଏକା ସାଙ୍ଗରେ ୬ଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ, ଯୋଗ ଦେଲେ ଉତ୍କୃଷ୍ଟ ସଂକୀର୍ତ୍ତନ ଦଳ 

0
90
ଏକା ସାଙ୍ଗରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୪/୩) : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ପୂଜାରୀପୁଟ ଗ୍ରାମରେ ଏକା ସାଙ୍ଗରେ ୬ଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛିWhatsApp Image 2024 03 24 at 11.44.20 ଏକା ସାଙ୍ଗରେ ୬ଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ, ଯୋଗ ଦେଲେ ଉତ୍କୃଷ୍ଟ ସଂକୀର୍ତ୍ତନ ଦଳ 

ପ୍ରାୟ ଦେଢ଼ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ରତ୍ନମୁଦ ସହ ୨୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣା ପଡିଛି । ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀରାମ ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଓ ବିଗ୍ରହ, ଶିବମନ୍ଦିର ଓ ଶ୍ରୀ ଗଣେଶ ମନ୍ଦିର, ଏପରି ସମୁଦାୟ ୬ ଗୋଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛି । ୨୮ ତାରିଖ ଦିନ ବସ୍ତର ମହାରାଜା କମଳ ଚନ୍ଦ୍ର ଭଞ୍ଜଦେୱଙ୍କ ଦ୍ୱାରା ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଇତିମଧ୍ୟରେ ଜୟପୁର ମହାରାଜାଙ୍କ କାର୍ଯ୍ୟକ୍ରମ ଥିବା କଥା ମନ୍ଦିର କମିଟିର ତରଫରୁ ସୂଚନା ମିଳିଛି । ମହାକାଳଙ୍କ ସହର ଉଜ୍ଜୟିନୀରୁ ଶିବଲିଙ୍ଗ ଆଣି ପ୍ରତିଷ୍ଠା କରାଯାଉଛି ।

ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ରେ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ମନୋଜ ନାୟକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସର୍ବଶ୍ରୀ ଗଦାଧର ଷଡ଼ଙ୍ଗୀ, ଆଦିତ୍ୟ ସାହୁ, ଲକ୍ଷ୍ମୀକାନ୍ତ ସୁଆର, ଭାସ୍କର ପାତ୍ର,ତାରିଣୀ ପାଢ଼ୀ, ଶରତ ଚନ୍ଦ୍ର ନାୟକ, ରାଧାକାନ୍ତ ସାହୁ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରୁଥିବା ଜଣା ପଡ଼ିଛି । ଏହି ପରିପ୍ରେକ୍ଷୀରେ ୨୩ ତାରିଖ ସନ୍ଧ୍ୟାରେ ପୋଡ଼ାପଦର ଗ୍ରାମର ବିଖ୍ୟାତ ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ନାମ ସଂକୀର୍ତ୍ତନ କରିଥିବା ଜଣାପଡ଼ିଛି ।