ଆନ୍ତଃ ରାଜ୍ୟ ଗଞ୍ଜେଇ କାରବାର,ଟିଟିଲାଗଡ ରେଳ ଜଙ୍କସନ ପାଲଟିଛି କେନ୍ଦ୍ରବିନ୍ଦୁ

0
80
ଆନ୍ତଃ ରାଜ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୦୩) : ଭାରତ ର ବିଭିନ୍ନ ପ୍ରମୁଖ ସ୍ଥାନ କୁ ଗମନା ଗମନ ସୁବିଧା ଥିବା ଅନ୍ୟତମ ଟିଟିଲାଗଡ ରେଳ ଜଙ୍କସନ ରୁ ଲକ୍ଷାଧିକ ଟଙ୍କା ର ନୀଳ ଜହର ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

ଆନ୍ତଃ ରାଜ୍ୟ ଗଞ୍ଜେଇ କାରବାର,ଟିଟିଲାଗଡ ରେଳ ଜଙ୍କସନ ପାଲଟିଛି କେନ୍ଦ୍ରବିନ୍ଦୁ । ଏହି ମାତ୍ର ୧୫ ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଅନୁରୂପ ଭାବେ ପୁଣି ଗଞ୍ଜେଇ ସହ ଆଉ ଜଣେ ମଧ୍ୟ ପ୍ରଦେଶ ର ଜଣେ ଯୁବକ କୁ ଗିରଫ କରା ଯାଇଛି ।ପ୍ରକାଶ ଯେ, ରେଳବାଇ ପୋଲିସ ଅଧିକ୍ଷକ ପି. କେ. ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଥାନା ଓଆଇସି ବିନୟ କୁମାର ଭୋଇ ଏବଂ ତାଙ୍କ ସହକର୍ମୀ ପ୍ରତିଦିନ ଭଳି ରେଳବଗି ଯାଞ୍ଚ କରିବା ସମୟରେ ରାତ୍ର ୩ଟା ସମୟରେ ଟିଟିଲାଗଡ଼ ରେଳଷ୍ଟେସନ ର ଚାରି ନମ୍ବର ପ୍ଲାଟଫର୍ମର ଫୁଟ ଓଭର ବ୍ରିଜ ଶିଢ଼ି ତଳେ ଟ୍ରେନରେ ଯାତ୍ରା କରିବା ପାଇଁ ଅପେକ୍ଷା ରତ ଥିବା ଜଣେ ଯୁବକକୁ ସନ୍ଦେହ କରି ତାର ଏୟାର ବ୍ୟାଗ ତଲାସୀ କରି ବ୍ୟାଗରୁ ୧୧ କେଜି ୩୪୦ ଗ୍ରାମ ଗଂଜେଇ ସହ ଏକ ଅପ୍ପୋ ମୋବାଇଲ ଏବଂ ମନିପର୍ସରେ ନଗଦ ୨,୩୬୦ ଟଙ୍କା ଏବଂ ଟିଟିଲାଗଡ଼ ଠାରୁ ରାୟପୁର ଯିବା ପାଇଁ ଏକ ଜେନେରାଲ ଟିକେଟ ଜବତ କରି ଥିଲେ ।

ଏହି ଚଢ଼ାଉ ସମୟରେ ଜି ଆର ପି ଥାନାର ଉପ-ନିରୀକ୍ଷକ ସୀତାରାମ ସୁନାରି, ସହକାରୀ ଉପ- ନିରୀକ୍ଷକ ଆର. କେ. ସାହୁ, କନେଷ୍ଟବଳ ବିଜୟ ବ୍ରହ୍ମା ଏବଂ ଟିଟିଲାଗଡ଼ ଆରପିଏଫ ଥାନାର ସହକାରୀ ଉପ-ନିରୀକ୍ଷକ ପରମେଶ୍ୱର ଶିକ୍କା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଅଭିଯୁକ୍ତ ର ନାଁ ରାଜେନ୍ଦ୍ର ଚୌହାନ (୩୫) ବୋଲି ଜଣା ପଡ଼ିଥିବା ବେଳେ ମଧ୍ୟପ୍ରଦେଶ ରାଜ୍ୟର ସାହାଯପୁର ଜିଲ୍ଲାର ବିଜୟନଗର ଅଞ୍ଚଳର ବୋଲି ଜଣା ପଡିଛି । ଏହି ସଂକ୍ରାନ୍ତରେ ଟିଟିଲାଗଡ଼ ଜିଆରପି ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରି ବିଚାର ବିଭାଗୀୟ ଜେଲ କୁ ପଠା ଯାଇଛି ।