ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଭାଇ-ଭଉଣୀ, ମାଡି ବସିଲା ପୋଲିସ

0
46
ଗଞ୍ଜେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୪/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା । ପୃଥକ୍ ପୃଥକ୍ ଦୁଇଟି ସ୍ଥାନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ଦାରିଙ୍ଗବାଡି ପୋଲିସ

ପ୍ରାପ୍ତ ସୂଚନା ପ୍ରକାରେ ଗତକାଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପ୍ରଥମେ କିରୁକୁଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାନାଜୁ ଗ୍ରାମ ନିକଟ ନାଳପାଖରୁ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରିବାକୁ ରଖାଯାଇଥିଲା । ପୋଲିସ ତାହାକୁ ଜବତ କରିଛି । ସେହିଭଳି ବାଲିଗୁଡା ଠାରୁ ବ୍ରାହ୍ମଣୀଗାଁକୁ ଏକ ବାଇକରେ ୩ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ ଭାଇ ଭଉଣୀଙ୍କୁ ଆମ୍ବ ଖାଲିଆ ବୁଲାଣିରେ ଧରି କାବୁ କରିଥିଲା ପୋଲିସ । ଦୁଇ ଭାଇ ଭଉଣୀ ତାଜୁଙ୍ଗିଆ ପଞ୍ଚାୟତ ଜାଡ଼ାଙ୍ଗୀ ଗ୍ରାମର ବୋଲି ଜଣାପଡିଥିବାବେଳେ ଭାଇ ନାବାଳକ ଥିବାବେଳେ ଭଉଣୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନାବାଳକ ସୁଧାର ଗୃହ କୁ ପଠା ଯାଇଛି ।