ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର

0
36
ଜଣଙ୍କର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୭/୦୩) : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁ’ରେ ଛୁରା ମାଡ଼ । ହୋଲି ଖେଳ ପରେ ସାଙ୍ଗ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ।

ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଗଣ୍ଡଗୋଳ ପରେ ଛୁରାମାଡ, ଦୁଇ ଜଣ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଗୋବିନ୍ଦପୁର ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ବେଳେ, ଦୁଇ ଅଭିଯୁକ୍ତ ଙ୍କୁ ଗୋବିନ୍ଦପୁର ପୋଲିସ ଗିରଫ କରିଥିବା କୁଚିଣ୍ଡା ଏସଡିପିଓ କହିଛନ୍ତି । ସୂଚନା ଅନୁସାରେ ଗତ କାଲି ଅପରାହ୍ନରେ ହୋଲି ଖେଳ ପରେ କେଛୁପାଣି ହରିଜନ ପଡା ଠାରେ ଚିନ୍ମୟ ହାତୀ, ଦିପକ ସୁନାନୀ ସହିତ ପ୍ରମୋଦ ମହାନନ୍ଦଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ଗଣ୍ଡଗୋଳ ପରେ ରାଗରେ ପ୍ରମୋଦ ବାଦପଡାର ମେଘନାଦ ଛତ୍ରିଆଙ୍କ ଡାକିଥିବା କଥା କୁହାଯାଉଛି । ଛୁରାମାଡରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କୁ ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଛୁରାମାଡ କରିଥିବା ଦୁଇ ଜଣକୁ ଗୋବିନ୍ଦପୁର ଥାନା ପୋଲିସ ଗିରଫ କରିଥିବା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି ।