ହୋଲି ଅଘଟଣ : ପାଣିରେ ବୁଡ଼ି ୮ ମୃତ

0
40
ହୋଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୩) : ହୋଲିରେ ରଙ୍ଗ ଖେଳିବା ପରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବିଭିନ୍ନ ସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।

କଟକ ବାରଙ୍ଗ ପୁରୀ ମେନ୍ କେନାଲ ପଞ୍ଚୁପାଳ ଗାଁ ନିକଟରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର । ରଙ୍ଗ ଖେଳ ପରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଏହି ଛାତ୍ର ଜଣକର ମୃତଦେହ ଉଦ୍ଧାର ହୋଇଛି । ସେହିପରି ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ପୁଲିସ କଲୋନି ପୋଖରୀରେ ବୁଡ଼ି ଜଣେ ନାବାଳଙ୍କ ଜୀବନ ଯାଇଛି ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ସାଲେପୁର କରମୁଆଁ ଗାଁ’ରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି । ନିଶ୍ଚିନ୍ତକୋଇଲି ଲୁଣା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ । ପାରାଦୀପ ଲକ୍ ଥାନା କତକୁଲା ଗାଁ’ରେ ମଧ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଚମାଖଣ୍ଡି ବାସନାପୁଟି ଗାଁ’ରେ ଜଣକର ମୃତ୍ୟୁ ହୋଇଛି ।