ପାଠ ବଦଳରେ ପ୍ରଧାନଶିକ୍ଷକ ଦେଉଥିଲେ ଯୌନ ନିର୍ଯାତନା, ବନ୍ଧା ହେଲେ

0
50
ପାଠ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରପ୍ରଦେଶ, (୨୭/୦୩) : ସ୍କୁଲରେ କୁନି କୁନି ଛାତ୍ରୀମାନଙ୍କୁ ଶିକ୍ଷା ବଦଳରେ ଦିଆଯାଉଥିଲା କୁଶିକ୍ଷା। ବହି ବଦଳରେ ମୋବାଇଲରେ ଦେଖା ଯାଉଥିଲା ଅଶ୍ଳୀଳ ଫିଲ୍ମ ।

କେବଳ ସେତିକି ନୁହେଁ ପାଠ ପଢ଼ାଇବା ବଦଳରେ ସେମାନଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା । ଆଉ ଏପରି ଲଜ୍ଜିତ କାଣ୍ଡ ଘଟାଉଥିଲେ ଏକ ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ । ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଘଟିଛି । ପୁଲିସ୍‌ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରତାପ ସିଂଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । ପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରତାପ ସିଂ ଛାତ୍ରୀମାନଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ।

ଘରେ ଏକଥା ପ୍ରକାଶ କଲେ ଫେଲ୍‌ କରାଇ ଦେବାର ଧମକ ଦେଉଥିଲେ । ମାତ୍ର ପ୍ରଧାନଶିକ୍ଷକଙ୍କ ଯୌନ ଅତ୍ୟାଚାର ଅଧିକ ହେବାରୁ କୁନି କୁନି ପିଲାମାନେ ଏନେଇ ନିଜ ଅଭିଭାବକଙ୍କୁ ଜଣାଇଥିଲେ । ଏନେଇ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।