ଦୁଷ୍କର୍ମୀ ଅଭିଯୁକ୍ତଙ୍କୁ ସଜ୍ଜା ୨୦ ବର୍ଷ; ଜିଲ୍ଲା ଦୌରା ଜର୍ଜ

0
50
ଦୁଷ୍କର୍ମୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୩) : କାଶୀନଗର ଥାନାର ହରିପୁର ଗ୍ରାମରେ ଏକ ଦୁଷ୍କର୍ମ କେସକୁ ବିଚାର କରି କୋଡିଏ ବର୍ଷ ସଜ୍ଜା ଶୁଣାଇଲେ ଦୌରା ଜର୍ଜ ପାରଳାଖେମୁଣ୍ଡି, ଯାହାକି ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁଷ୍କର୍ମୀ ଅଭିଯୁକ୍ତଙ୍କୁ ସଜ୍ଜା ୨୦ ବର୍ଷ । କାଶୀନଗର ଥାନା ର ହରିପୁର ଗ୍ରାମ ରେ ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ବିବାହ ର ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ କରି ଆନ୍ତସତ୍ୱା କର ଯୁବକ ଟି ଫେରାର ହୋଇଥିଲା ଗତ ୧୩ /୩ /୨୧ ରେ କାଶୀନଗର ଥାନା ରେ ଏହି ନାବାଳିକାଙ୍କ ବାପା ଙ୍କ ଏତଲା ପ୍ରକାରେ କେସ ନମ୍ବର ୨୫/୨୧ ରେ ପୋସ୍କୋ ଆଇନ ଅନୁଯାୟୀ ସେତେବେଳର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ଅଭିଯୁକ୍ତ ଙ୍କୁ ବିଚାର ବିଭାଗ ହାଜତ କୁ ପଠାଇଥିଲେ, ଅଭିଯୁକ୍ତ ଟି ହେଲା କଲା ମହିନ୍ଦ୍ରା । ଏହି କେସଟିର ରାୟ ପ୍ରକାଶ ପାଇଛି ଗତକାଲି ପାରଳା ଦୌରାଜର୍ଜ ଙ୍କ ଅଦାଲତ ରେ, ଆସାମୀଙ୍କୁ ୨୦ ବର୍ଷ ଜେଲ ସଜ୍ଜା ଦିଆଯାଇଛି ବୋଲି ଜଣାପଡିଛି ।