ଶିକୁଳା ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଭୁଜାଲି ଆକ୍ରମଣରେ ଜଣେ ମୃତ

0
51
ଶିକୁଳା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୩୦/୦୩) : ଶିକୁଳା ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଭୁଜାଲି ଆକ୍ରମଣରେ ଜଣେ ମୃତ ।WhatsApp Image 2024 03 30 at 18.52.19 1 ଶିକୁଳା ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଭୁଜାଲି ଆକ୍ରମଣରେ ଜଣେ ମୃତ

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରା ଙ୍କ ଦେଢ଼ୁଶୁର କାହ୍ନୁ ବେହେରା ୫୬ ବର୍ଷଙ୍କୁ ସେହିଁ ଗ୍ରାମର ସନା ପ୍ରଧାନ ଯିଏକି ଜଣେ ମଦ ବ୍ୟବସ୍ୟାୟି ଅଟନ୍ତି, ଓ ତାଙ୍କ ସହିତ ଅନ୍ୟ ସ୍ଥାନର ୪ ରୁ ୫ ଜଣ ବ୍ୟକ୍ତି ୩ ଗୋଟି ବାଇକରେ ଗତକାଲି ରାତ୍ରରେ ମୁଖା ପିନ୍ଧି ମାଫିଆ ରୂପେ ଆସି ଥିଲେ । ସେମାନେ ଗାଁ’ରେ ରାତ୍ରରେ ଦଣ୍ଡ ନାଚ ଚାଲୁଥିଲା ବେଳେ ଏହି ବ୍ୟକ୍ତି ମାନେ ଗାଁ’ର କିଛି ଲୋକଙ୍କ ସହ କାହ୍ନୁ ବେହେରା ଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଓ କାହ୍ନୁ ଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡିକାଲକୁ ନେଇ ଚିକିଛା କରୁଥିଲା ବେଲେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଛାନ ଭିନ ତଦନ୍ତ ଚଳାଇଛି । ତେବେ ମୃତକଙ୍କ ଭାଇ ଛଇଲ ବେହେରାଙ୍କ କହିବା କଥା ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ସେମାନେ ଚେଷ୍ଟା କରିଥିଲେ, କିନ୍ତୁ ସେ କୌଶଳ କ୍ରମେ ସେଠାରୁ ଖସି ଆସିଯାଇଥିଲେ । ତେବେ ତାଙ୍କ ଭାଉଜ ନନ୍ଦିନୀ ବେହେରା ସରପଞ୍ଚ ଥିଲା ବେଳେ ଏହି ସନା ବେହେରା ମଦ ବିକୁଥିଲେ, ସରପଞ୍ଚ ଓ ତାଙ୍କ ସ୍ୱାମୀ ରବିବେହେରା ପୋଲିସକୁ ଏହା ବିରୁଦ୍ଧରେ ଖବର ଦେଇଥିଲେ । ପୋଲିସ ମଦ ବନ୍ଦ ସହ ସନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଏହି ପୁର୍ବ ଶତ୍ରୁତାକୁ ନେଇ ସନା ଏପରି କରିଛି ବୋଲି କହିଛନ୍ତି ।