କାର ମଡ଼ାଇ ହତ୍ୟା ଅଭିଯୋଗରେ ଡ୍ରାଇଭର ଗିରଫ

0
45
କାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୧) : ରାଜଧାନୀରେ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ପୁଲିସ ।

ଦୁର୍ଘଟଣାରେ ଜୀବନ ଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲିପ ପରିଡ଼ା ଘର ଯାଜପୁର ଜିଲ୍ଲା ସୁନାପାଳ ବିଞ୍ଝାରପୁର ଅଞ୍ଚଳରେ । ସେ ଭୁବନେଶ୍ୱର ସହୀଦ ନଗର ପଣ୍ଡାପାର୍କ କଡ଼ରେ ରହି ଏକ ଚା’ ଦୋକାନ ଚଳାଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲିପ ନିଜ ଦୋକାନକୁ ଯିବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରକ୍ତାକ୍ତ ହୋଇ ପଡ଼ିଗଲେ ଦିଲ୍ଲିପ। ତେବେ ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ପଳାଇଥିଲା । ଏନେଇ ଖବରପାଇ ଘଟଣା ସ୍ଥଳରେ ପୁଲିସ‌ ପହଞ୍ଚି ଦିଲ୍ଲିପକୁ ଉଦ୍ଧାର କରି କ୍ୟାପିଟାଲ ମେଡିକାଲକୁ ନେଇଥିଲା । ସେଠାରେ ତାଙ୍କର ମୁତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା କାରକୁ ଜବତ କରିବା ସହ ଗାଡ଼ିଚାଳକ ଜଗନ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୁଲିସ ।