କଂଗ୍ରେସ ଦଳ ର ବିଧାନ ସଭା ପ୍ରାର୍ଥୀ ଭାବେ ଆପାଲା ସ୍ଵାମୀ କାଡ୍ରାକା ଙ୍କୁ ଟିକେଟ

0
94
କଂଗ୍ରେସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୪) : ରାୟଗଡା ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ପ୍ରାର୍ଥୀ ରୂପେ ଆପଲା ସ୍ଵାମୀ କାଡ୍ରାକା ଙ୍କ ନାମ ଘୋଷଣା ହେବା ପରେ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଖୁସିର ଲହୋରି ଖେଳି ଯାଇଛି ।

ଦ୍ବିତୀୟ ଥର ପାଇଁ କଂଗ୍ରେସ ଦଳ ଆପାଲ୍ଲା ସ୍ଵାମୀଙ୍କ ଉପରେ ବିଶ୍ୱାସ ଓ ଭରସା କରିଛନ୍ତି । ଗତ ନିର୍ବାଚନ ସମୟରେ ଅଳପ କିଛି ଭୋଟରେ ନିକଟସ୍ତ ପ୍ରତିଦ୍ବନ୍ଦୀ ଙ୍କ ଠାରୁ ହାରିଥିଲେ। କିନ୍ତୁ, ଚଳିତ ଥର ସେହି ଭୁଲ ନ କରି ପୂର୍ଣ୍ଣ ପ୍ରୟାସ କରାଯିବ ବୋଲି କହିଛନ୍ତି ଅପାଲା ସ୍ଵାମୀ । କର୍ମୀଙ୍କ ମଧ୍ୟରେ ମଧ୍ୟ ନିଜ ଲୋକ ପ୍ରିୟ ନେତାଙ୍କୁ ଟିକେଟ ମିଳିବା ନେଇ ଭାରି ଉତ୍ସାହ ଓ ଜସ୍ ଦେଖିବାକୁ ମିଳୁଛି ।