ଖଲ୍ଲିକୋଟ ରୁ ବିଜେଡି ଟିକଟ ପାଇଲେ ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ

0
70
ଖଲ୍ଲିକୋଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର,(୦୪/୦୪) : ପୁରୁଷୋତ୍ତମପୁର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଲକ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ଏବଂ ଦୁଇଟି ଏନଏସିକୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ ।

ଶେଷରେ ସବୁ କଳ୍ପନା ଜଳ୍ପନା ର ଶେଷ ହୋଇ ଖଲ୍ଲିକୋଟ ରୁ ବିଜେଡି ଟିକଟ ପାଇଲେ ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ । ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଞ୍ଚାୟତ ଓ ଗୋଟିଏ ଏନଏସି ଏବଂ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ଓ ଗୋଟିଏ ଏନଏସି କୁ ନେଇ ଗଠିତ । ତେବେ ୨୯୧୯ ନିର୍ବାଚନ ରେ ତ୍ରିମୁଖୀ ଲଢେଇହୋଇ ଥିଲା । ବିଜେପି ର ଭାରତୀ ବେହେରା, କଂଗ୍ରେସର ଭୋକଲି ସେଠୀ, ଓ ବିଜେଡିର ସୂର୍ଯ୍ୟମଣୀ ବୈଦ୍ୟ ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ି ଥିଲେ । ସେମଧ୍ୟରୁ କଂଗ୍ରେସ ପାର୍ଥୀ ଭୋକଲି ସେଠୀ ଚାରିହଜାର ରୁ ପାଞ୍ଚ ହଜାର ମଧ୍ୟରେ ଭୋଟ ପାଇଥିଲା ବେଳେ, ବିଜେପିର ଭାରତୀ ବେହେରା ୪୯ ହଜାର ମଧ୍ୟରେ ଭୋଟ ପାଇଥିଲେ ।

ଏବଂ ବିଜେଡି ର ପାର୍ଥୀ ହୋଇଥିବା ସୂର୍ଯ୍ୟ ମଣୀ ବୈଦ୍ୟ ନବେ ହଜାର ଭୋଟ ପାଇ ଭାରତୀ ବେହେରା ଙ୍କ ଠାରୁ ୪୧ ହଜାର ଭୋଟ ରେ ବିଜୟୀ ହୋଇ ଥିଲେ । ତେବେ ୨୦୨୪ ନିର୍ବାଚନ ରେ ଖଲ୍ଲିକୋଟର ୨ ଥରର ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତମାନ ର ବିଜେପି ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ନାମ ଘୋଷଣା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଅନେକ ଆଶାୟୀ ବିଧାୟକ ପାଇଁ ଆବେଦନ କରିଥିଲେ । ତେବେ କିଛି ଦିନ ତଳେ କିଛି ନିର୍ବାଚନ ମଣ୍ଡଳୀରତଥା ଗଞ୍ଜାମ ଜିଲ୍ଲାର ୧୪ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୦ ଗୋଟି ବିଧାୟକ ପାର୍ଥୀ ନାମ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କେବଳ ୪ ଗୋଟି ଖଲ୍ଲିକୋଟ, ବ୍ରହ୍ମପୁର, ସାନ ଖେମୁଣ୍ଡି, ଓ଼ ଆସ୍କା ପାର୍ଥୀ ଙ୍କ ନାମ ଘୋଷଣା କରିନଥିଲେ । ବରଂ ୪ ଗୋଟି ନିର୍ବାଚନ ମଧ୍ୟରେ ଖଲ୍ଲିକୋଟ ର ପୂର୍ବତନ ବିଧାୟିକାଙ୍କ ବିରୁଦ୍ଧରେ ଯୋରଦାର ମୁଖିଆଙ୍କ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ ନାୟକ ଅନ୍ୟ ତିନିଗୋଟି ନିର୍ବାଚନ ମଣ୍ଡଳୀ ସହ ଖଲ୍ଲିକୋଟ ରୁ ପୁଣି ଥରେ ସୂର୍ଯ୍ୟମଣୀ ବୈଦ୍ୟ ଙ୍କୁ ବିଜେଡି ର ଟିକଟ ଦେଇଛନ୍ତି । ଏହି ଖବର ପାଇଲା ପରେ ତାଙ୍କ ସମର୍ଥନ ଙ୍କ ମଧ୍ୟରେ ଉଚ୍ଚାହ ଓ ଆନନ୍ଦ ଖେଳି ଯାଇଛି । ସେଥିପାଇଁ ଆଜି ଖଲ୍ଲିକୋଟ ବ୍ଲକ ଓ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ରେ ବାଣ ଫୁଟାଇ ସ୍ୱାଗତ ଜଣାଇଛନ୍ତି ।