ଘରେ ପଶି ଯୁବକଙ୍କୁ ହାଣିଦେଲେ !

0
26
ଘରେ ପଶି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୬/୦୪) : ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ପନ୍ଦରା ସାହିରେ ।

ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଗତରାତିରେ ମୁରଲି ଘରେ ଏକା ଶୋଇଥିଲେ । ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ବାପା ପାଣି ପିଇବାଲାଗି ଘର ଭିତରକୁ ଯାଇଥିଲେ । ଘରେ ମୁରଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ପରିବାର ଲୋକେ ମୁରଲିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

ମୁରଲିଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଦୁଇ ଦିନ ତଳେ ଗ୍ରାମରେ ଦଣ୍ଡନାଚ ସମୟରେ ଗଣ୍ଡଗୋଳ ହୋଇଥିଲା । ଏହି କାରଣକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।