ହୁତ୍ ହୁତ୍ ହୋଇ ଜଳିଗଲା ୬ ବଖରା ଘର

0
34
ହୁତ୍ ହୁତ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୦/୦୪) : ପୁରୀ ଜିଲ୍ଲା ଅସ୍ତରଙ୍ଗ ନାନପୁର ଖଣ୍ଡିବେଲାରୀ ଗାଁ’ରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଗାଁ’ର କେଦାର ଲେଙ୍କାଙ୍କ ଛଅ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇ ଯାଇଛି ।

ହୁତ୍ ହୁତ୍ ହୋଇ ଜଳିଗଲା ୬ ବଖରା ଘର । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଫସଲ ନଷ୍ଟ ହୋଇଛି । ଆଜି ଦିନ ଗୋଟାଏ ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ପରେ ପରିବାର ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ବାହାରକୁ ପଳାଇ ଯାଇଥିଲେ । ଚାହୁଁ ଚାହୁଁ ନିଆଁରେ ପୋଡ଼ି ସବୁ ଛାରଖାର ହୋଇଗଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ଓ କାକଟପୁରର ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।