ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

0
17
ପୂର୍ବତନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୨/୦୪) : ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଫୁସ୍‌ଫୁସ୍‌ ସଂକ୍ରମଣ ହେତୁ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ୭୯ ବର୍ଷରେ ମୃତ୍ୟୁବରଣ କରିଛନ୍ତି କମଳା । ୧୯୪୫ ମସିହା ଅଗଷ୍ଟ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଉଭୟ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ । ଡାକ୍ତକୀ ବୃତ୍ତି ଛାଡି ୧୯୯୦ରେ ରାଜନୀତିରେ ସେ ସାମିଲ ହୋଇଥିଲେ । ଶିକ୍ଷା, ସ୍ବାସ୍ଥ୍ୟ , ଶିଶୁକଲ୍ୟାଣ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳି ଥିଲେ ।