ଦୁର୍ବଳ ସଙ୍ଗଠନରେ ପ୍ରାଣ ଭରିବାକୁ ଚେଷ୍ଟାରେ ଭାଷ୍କର

0
544
ଦୁର୍ବଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୪) : ବହୁ ବାଦବିବାଦ ଓ ଦଳୀୟ କନ୍ଦଳର ଅନ୍ତ ପରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଭାବେ ପୁଣି ଥରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଭେଟେରାନ ନେତା ତଥା ରାଜନୀତିର ଭିଷ୍ମ ପିତାମହ ଏନ୍ ଭାଷ୍କର ରାଓ ।WhatsApp Image 2024 04 12 at 09.15.49 ଦୁର୍ବଳ ସଙ୍ଗଠନରେ ପ୍ରାଣ ଭରିବାକୁ ଚେଷ୍ଟାରେ ଭାଷ୍କର

ରାୟଗଡ଼ା ଜିଲ୍ଲା ଦାୟିତ୍ଵ ଗ୍ରହଣ ପରେ ଆଜି ଶ୍ରୀ ରାଓ ରାମନାଗୁଡା, ପଦ୍ମପୁର, ଗୁଡ଼ାରୀ ଓ ଗୁଣପୁର ଗସ୍ତ କରି ଦୁର୍ବଳ ହୋଇପଡ଼ିଥିବା ସଙ୍ଗଠନ ଓ କର୍ମିଙ୍କ ମନରେ ନୂତନ ଉତ୍ସାହ ସହ ପ୍ରାଣର ସଞ୍ଚାର କରିବାକୁ ଚେଷ୍ଟା କରିଛନ୍ତି । ବିଧାୟକ ରଘୁନାଥ ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ସ୍ଥିତ ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ବହୁ ନୂଆ ଓ ପୁରୁଣା କର୍ମୀ ଏକାଠି ହୋଇଥିଲେ । ପୂର୍ବରୁ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ଓ କେତେଜଣ ହାତଗଣତି ନେତାଙ୍କ ମଧ୍ୟରେ ଦଳ ସିମିତ ଥିବା ଅଭିଯୋଗ ହୋଇଆସୁଥିଲା । ଅତିତରେ ବହୁ କଷ୍ଟରେ ଏଠାରେ ଦଳକୁ ଛିଡ଼ା କରାଯାଇଛି ତେଣୁ ଦଳ ମଧ୍ୟରେ ଏପରି କନ୍ଦଳକୁ ଆଦୈ ।

ବରଦାସ୍ତ କରାଯିବ ନାହିଁ, ମୋତେ ଯେତେ କଷ୍ଟ ହେଲେ ମଧ୍ୟ ଏଠିକାର ସଙ୍ଗଠନକୁ ମୁଁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି ବୋଲି ଶ୍ରୀ ରାଓ କହିଥିଲେ । ଗତ ଦିନର ପରାଜୟକୁ ଶିକ୍ଷା ଭାବେ ଗ୍ରହଣ କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ଓ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ ସେ ଆହ୍ଵାନ ଦେଇଥିଲେ । ବରିଷ୍ଠ ନେତା ଏସ୍ ବାବା ପ୍ରସାଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପାଢ଼ୀ, ଦେବୀ ଆଚାର୍ଯ୍ୟ, ବାଳୀ ଗମାଙ୍ଗ, ଭାଗୀରଥି ବିଷୋୟୀ, ଏସିୟ ଶବରଙ୍କ ସହ ବରିଷ୍ଠ ନେତା ଦେବେନ୍ଦ୍ର ଚୈ।ଧୁରୀ, ଗଦାଧର ପଣ୍ଡା, ପିଙ୍କୁ ପଣ୍ଡା, ରାମ ପଣ୍ଡା ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।