ଶିକାରୀଙ୍କୁ ଧରିଲେ ଗ୍ରାମବାସୀ, ଗିରଫ କଲା ବନବିଭାଗ

0
24
ଶିକାରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୨/୦୪) : ଶିମିଳିପାଳ ଅଭୟାରଣ୍ୟକୁ ଅବାଧରେ ଶିକାର ପାଇଁ ପଶିଥିବା ଦୁଇ ଶିକାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ ।

ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ଶିକାର ସରଞ୍ଜାମ ଜବତ୍ କରା ଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ଲାଗିଥିବା ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନତା କରା ଯାଇଥିବା ବେଳେ ଗ୍ରାମବାସୀ ମଧ୍ୟ ସଚେତନ ହୋଇ ପ୍ରଥମ ଥର ପାଇଁ ଶିକାରୀଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଯାହାକି ଶିମିଳିପାଳକୁ ସୁରକ୍ଷା ପାଇଁ ଏକ ଶୁଭ ସଙ୍କେତ ବୋଲି ସମ୍ରାଟ ଗୌଡ଼ା କହିଛନ୍ତି । ଆଗକୁ ପଣା ସଂକ୍ରାନ୍ତି ଥିବା ବେଳେ ପୂର୍ବରୁ ଅଖଣ୍ଡ ଶିକାର ନାମରେ ଶହ ଶହ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ମନଇଛା ଶିକାର କରି ଥାଆନ୍ତି । ସଂକ୍ରାନ୍ତି ପୁର୍ବରୁ ଶିକାରୀ ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ଯାଉଛି । ଶିକାରୀଙ୍କୁ ଧରି ବନ ବିଭାଗକୁ ଖବର ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରା ଯିବ।

ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ରେ ବନ କର୍ମଚାରୀଙ୍କ ସହ ଏସ୍‌ଟିଏଫ ଓ ପୁଲିସ ମୃତୟନ କରା ଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୁଲିସ ଓ ବନ ବିଭାଗ ଛଅ ଶହ ରୁ ଅଧିକ ଦେଶୀ ବନ୍ଧୁକ ଜବତ କରାଯାଇଥିବା ସହ ୪୮ ଜଣ ଶିକାରୀଙ୍କୁ ଗିରଫ କରା ଯାଇଛି ବୋଲି ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡ଼ା ସୂଚନା ଦେଇଛନ୍ତି ।