ଓଲଟିଲା ଅଟୋ; ୧୦ ଆହତ

0
25
ଓଲଟିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୧୩/୦୪) : ଓଲଟିଲା ଅଟୋ, ୧୦ ଆହତ । ସୁନ୍ଦରଗଡ଼ ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଘୋଡ଼ାବାନ୍ଧୁଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ସକାଳେ ଏକ ଅଟୋ ଯୋଗେ ଗୋଟିଏ ପରିବାରର ୧୦ଜଣ ତେରେଙ୍ଗାମାଳରୁ କୁଚିଣ୍ଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ଘୋଡ଼ାବାନ୍ଧୁଣୀ ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି ।