ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ୩ ଲକ୍ଷ ଟଙ୍କାର ସୁନା

0
20
ଘର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୪) : ନୟାନ୍ତ କଲେଣି ଲୁଟେରା । ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ସୁନା ଓ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ ।

ଜୟପୁର ପ୍ଲଟ ନମ୍ବର ୧୦୧୯/୨୦୬୯ ରେ ଥିବା ଶରତ ମହାନ୍ତିଙ୍କ ଘରୁ ବଡି ଭୋରରୁ ଲୁଟ କରିଛନ୍ତି ଲୁଟେରା । ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରିଥିଲେ ଲୁଟେରା । ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ଘରେ ଥିବା ଟଙ୍କା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ଲୁଟେରା ପୂର୍ବରୁ ଠାବ କରିଥିବା ଜାଣିବାକୁ ପାଇଛି ପୋଲିସ ।

ବାରମ୍ବାର ରାଜଧାନୀରେ ଏହି ଘଟଣା ସାମନାକୁ ଆସୁଛି । ରାଜଧାନୀର ରହିବାକୁ ଲୋକେ ସୁରକ୍ଷିତ ମଣେ କରୁନାହାନ୍ତି । କେତେବେଳେ ଆପାର୍ଟମେଣ୍ଟରେ ତ କେତେବେଳେ ଘରେ ପଶି ଲୁଟ୍ କରୁଛନ୍ତି ଲୁଟେରା । ସ୍ଥିତି ଏମିତି ହେଲାଣି ଯେ, ଘର ତାଲା ପକାଇ କୁଆଡେ ଯିବାକୁ ଲୋକେ ଭୟ କରୁଛନ୍ତି ।