ଦୁଇଟି ସ୍ତ୍ରୀରେ ବି ମନ ବୁଝିଲାନି; ଯୁବତୀଙ୍କୁ ଗର୍ଭବତୀ କରି ତଣ୍ଟିଚିପି ଦେଲେ

0
32
ଦୁଇଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୩/୦୪) : ଘରେ ଦୁଇ ଦୁଇଟି ସ୍ତ୍ରୀ ଥାଇ ବି ମନ ବୁଝିଲାନି । ମିଠା ମିଠା କଥା କହି ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଲେ । ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ ।

ଯୁବତୀ ଜଣଙ୍କ ୨ମାସର ଗର୍ଭବତୀ ଥିବା ଜାଣିବା ପରେ ତଣ୍ଟିଚିପି ମାରିଦେଇ ଆତ୍ମହତ୍ୟା ରୁପ ଦେଲା ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପର୍ଦ୍ଦାଫାସ କରିଛି ବଡବିଲ ପୁଲିସ । ଏହା ହତ୍ୟାକାଣ୍ଡ ହୋଇଥିବା ବେଳେ ପୁଲିସ ଏହି ଘଟଣାର ଅଭିଯୁକ୍ତ ତଥା ମୃତ ଯୁବତୀଙ୍କ ପ୍ରେମୀ ସତ୍ୟବାନ୍ ବେହେରାକୁ ଗିରଫ କରିଛି । ସତ୍ୟବାନର ପୂର୍ବରୁ ଦୁଇଜଣ ସ୍ତ୍ରୀ ରହିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଡ ଇନ୍ଦୁପୁର ଗ୍ରାମର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲା ।

ଯୁବତୀ ଜଣକ ୨ ମାସର ଗର୍ଭବତୀ ହେବାରୁ ସତ୍ୟବାନକୁ ବିବାହ କରିବାକୁ ଚାପ ଦେଇ ଆସୁଥିଲେ। ହେଲେ ସତ୍ୟବାନ ଯୁବତୀଙ୍କୁ ବିବାହ କରିବାକୁ ଅରାଜି ଥିଲେ।ଏଥିପାଇଁ ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ। ଯୋଜନା ମୁତାବକ ବିବାହର ପ୍ରତିଶ୍ରୁତି ଦେଇ ଏପ୍ରିଲ ୫ ତାରିଖ ରାତିରେ ଅଭିଯୁକ୍ତ ସତ୍ୟବାନ ଯୁବତୀଙ୍କୁ ତାଙ୍କ ଘରୁ ଆଣି ଥିଲା। ବଡବିଲ ଶାନ୍ତବହାଳ ସ୍ଥିତ ଶିବ ମନ୍ଦିରରେ ଦୁହେଁ ରାତ୍ରୀ ଯାପାନ କରିଥିଲେ । ଭୋର୍ ପ୍ରାୟ ୩ଟା ବେଳେ ଅଭିଯୁକ୍ତ ସତ୍ୟବାନ୍ ପ୍ରେମିକାକୁ ଜଟେଶ୍ୱର ମନ୍ଦିର ନିକଟ ଜଙ୍ଗଲକୁ ନେଇଯାଇ ସେଠାରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।

ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ସତ୍ୟବାନ୍ ଯୁବତୀଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗିଦେଇ ଫେରାର ମାରିଥିଲା । ୯ ତାରିଖରେ ପୁଲିସ ଯୁବତୀଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରିଥିଲା । ଏହା ସହ ଘଟଣାର ତଦନ୍ତ କରିଥିଲା । ବୁଧବାର ସତ୍ୟବାନ୍ ବେହେରାକୁ ପୁଲିସ ଗିରଫ କରିଥିଲା । ପୁଲିସ ଆଗରେ ସତ୍ୟବାନ ସବୁ ସତ ଓଗାଳିଥିଲା । ପରେ ପୁଲିସ ଅଭିଯୁକ୍ତର ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ମିଳିନାହିଁ ।