କାଲିଠୁ ନିଖୋଜ ଥିଲେ ଯୁବକ; ଆଜି ରେଳଧାରଣାରୁ ମିଳିଲା ମୃତଦେହ

0
31
କାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୩/୦୪) : ଗତ କାଲିଠୁ ନିଖୋଜ ଥିଲେ ଯୁବକ। ଆଜି ସକାଳେ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ

ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ରେଳ ଷ୍ଟେସନରେ। ମୃତ ଯୁବକ ଜଣଙ୍କ ହେଲେ ଗୋଉଡୁଣିପୋଷ ଗ୍ରାମର ସୁରଜ ମହାକୁଡ଼ । ସୁରଜଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଗତକାଲି ରାତିଠୁ ସୁରଜ ବାହାରକୁ ଯାଇ ଘରୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳେ ରେଳ ଧାରଣାରୁ ସୁରଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ସୁରଜଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।