ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

0
40
ଭାରସାମ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୪/୦୪) : ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ। ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ନିକଟରେ ଘଟିଛି ଦୁର୍ଘଟଣା ।

ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ରେବିଙ୍ଗିଆ ଗ୍ରାମର ପ୍ରଣୟ କୁମାର ବେହେରା ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରଣୟ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ରେବିଙ୍ଗିଆରୁ ସୁଡ୍ରା ଅଞ୍ଚଳକୁ କାର୍ଯ୍ୟରେ ଯୋଗ ଦେବାକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ନିକଟରେ ଏକ ଗଛକୁ ପିଟି ହୋଇ ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାରରେ ଶୋକରେ ଛାୟା ଖେଳିଯାଇଛି।