ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍ ;୨୦ ଆହତ

0
25
ଟ୍ରକକୁ

ରିପୋର୍ଟ : ଓଡିଶା ନ୍ୟୁଜନ ୨୪ ବ୍ୟୁରୋ //
ବୌଦ୍ଧ, (୧୫/୦୪) : ଟ୍ରକକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଭୋର ସମୟରେ ବସ୍‌ଟି ବୌଦ୍ଧରୁ ଯାତ୍ରୀମାନଙ୍କୁ ନେଇ ଫୁଲବାଣୀର ବାଲିଗୁଡ଼ା ଅଭିମୁଖେ ଯାଉଥିଲା । ରାଣୀପଦର ଘାଟି ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ମାନଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବସ୍‌ରେ ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି ।