ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟିପର

0
21
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୫/୦୪) : ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟିପର । କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ମୂର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତ ବାଇକ୍ ଆରୋହୀଙ୍କ ଘର ରାୟଗଡ଼ା ଜିଲା ମୁନିଗୁଡା ଅଞ୍ଚଳରେ । ଆଜି ସକାଳେ ଯୁବକ ଜଣକ ବାଇକ ଯୋଗେ ଜୟପୁରରୁ କୋରାପୁଟ ମେଡିକାଲ ଆସୁଥିଲେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପର ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟିପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏହାସହ ଘଟଣାର ତଦନ୍ତ କରୁଛି ।