ସାମ୍ବାଦିକ ଙ୍କ ପିତୃ ବିୟୋଗ, ସୋନପୁର ଅଞ୍ଚଳରେ ଶୋକର ଛାୟା

0
38
ସାମ୍ବାଦିକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୪) : ଗତକାଲି ସନ୍ଧ୍ୟା ରେ ସୋନପୁର ତଥା ବୌଦ୍ଧ ଅଞ୍ଚଳର ପରିଚିତ ତଥା ଗ୍ରାମାଞ୍ଚଳ ର ଯୁବ ସାମ୍ବାଦିକ ଉଗ୍ରସେନ କର୍ମୀ ଙ୍କ ପିତା ଦାମୋଦର କର୍ମୀ ଙ୍କ ସୋନପୁର ନିକଟସ୍ଥ ଅର୍ଜ୍ଜୁନ ପୁର ବାସ ଭବନ ରେ ଦେହାନ୍ତ ଘଟିଛି l

ମୃତ୍ୟୁ ବେଳକୁ ସ୍ବର୍ଗତ ଶ୍ରୀ କର୍ମୀ ଙ୍କୁ ୭୨ ବର୍ଷ ବୟସ ହୋଇଥିବା ବେଳେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିଲେ l ସ୍ୱର୍ଗତ କର୍ମୀ ଜଣେ ସରଳ, ଅମlୟିକ ଓ ଧର୍ମ ପରାୟଣ ବ୍ୟକ୍ତିତ୍ବ ଥିଲେ l ମୃତ୍ୟୁ ସମୟରେ ଶ୍ରୀ କର୍ମୀ ଙ୍କ ଧର୍ମ ପତ୍ନୀ ସରୋଜିନୀ କର୍ମୀ ବଡ଼ ପୁତ୍ର ସାମ୍ବାଦିକ ଉଗ୍ରସେନ କର୍ମୀ ସାନ ପୁଅ ସଦାନନ୍ଦ, ପାଞ୍ଚ ଝିଅ ଓ ଜ୍ୱାଇଁ,ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ଏ ଖବର ପାଈ ସୋନପୁର ଅଞ୍ଚଳ ର କିଛି ସାମ୍ୱାଦିକ ଓ ବୁଦ୍ଧିଜୀବୀ ପହଞ୍ଚି ସ୍ୱର୍ଗୀୟ କର୍ମୀ ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ଯ ସଭାପତି ଶ୍ରୀ ଶଶି ଭୂଷଣ ପ୍ରହରାଜ, ସୋନପୁର ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ ଗୋରେଖ୍ ନାଥ ସାହୁ, ବରଗଡ଼ ଜିଲ୍ଲା ର ବରିଷ୍ଠ ସାମ୍ୱାଦିକ ତଥା ପଶ୍ଚିମ ଓଡିଶା ବାର୍ତ୍ତା ର ସମ୍ପାଦକ ଶ୍ରୀ ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ଗାଁ ସ୍ମଶାନ ଘାଟ ( ଖଲିଆମୁଣ୍ଡା ) ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା l

Leave a Reply