ରେଳ ଟ୍ରାକ ରୁ ମହିଳା ଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

0
118
ରେଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୪) : ଟିଟିଲାଗଡ ରେଳ ଜଙ୍କସନ ରୁ ସିକେର ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକ ରୁ ଟିଟିଲାଗଡ ସହର ନେହେରୁନଗର ନିବାସୀ ସୁରଜ୍ ସାହୁ ଙ୍କ ସ୍ତ୍ରୀ କୁମାରୀ ସାହୁ ଙ୍କ ମୃତଦେହ ଉଦ୍ଧାର କରାଯାଇଛି ।WhatsApp Image 2024 04 16 at 18.40.53 ରେଳ ଟ୍ରାକ ରୁ ମହିଳା ଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ଶିକେର ରେଳ ଟ୍ରାକ ରେ ମହିଳା ଙ୍କ ଶବ ଦେଖି ଜିଆରପି ପୁଲିସ୍ କୁ ଖବର ଦିଆଯାଇଥିଲା । ଟିଟିଲାଗଡ ଜି ଆର ପି ପୋଲିସ ସିକର ମୁଖ୍ୟ ଜି ଆର ପି ଥାନା କୁ ଖବର ଦେଇଥିଲେ । ବଲାଙ୍ଗୀର ଜି ଆର ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ପଠାଇ ଦେଇ ଥିଲା । ଉକ୍ତ ମହିଳା ଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ଅଛି ସେ ନେଇ ନାନା ଆଲୋଚନା ହେଉଥିବା ବେଳେ ଏ ନେଇ ଜି ଆର ପି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଯେ, ପଡିଶା ଲୋକ ଙ୍କ କହିବା ଅନୁଯାୟୀ ସୁରଜ୍ ଙ୍କ ସହ ତାଙ୍କ ମୃତ ସ୍ତ୍ରୀ ଙ୍କ କୌଣସି କାରଣରୁ ପାରିବାରିକ ବିବାଦ ଲାଗି ରହି ଆସୁଥିଲା । ମହିଳା ଙ୍କ ଘର କୁ ରାତି ପ୍ରାୟ ୧୨ ଟା ସମୟ ରେ ଏକ ଅଟୋ ଆସିଥିଲା ଓ ସେ ଅଟୋ ରେ ଚାଲିଯାଇ ଥିଲେ, ଏପରିକି ତାଙ୍କୁ ଟିଟିଲାଗଡ ରେଳ ଷ୍ଟେସନରେ ବୁଲୁଥିବା କିଛି ସ୍ଥାନୀୟ ଲୋକ ମଧ୍ୟ ଦେଖିଥିଲେ । ପରଦିନ ସକାଳେ ଟିଟିଲାଗଡ ରୁ ଶଗଡ଼ଘାଟ ରେଳ ଧାରଣା ବା ଟ୍ରାକ ରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।

ଉକ୍ତ ସୁରଜ୍ ଙ୍କ ସ୍ତ୍ରୀ ବିଳମ୍ବିତ ରାତି ରେ କାହିଁକି ଘରୁ ଏକୁଟିଆ ଗଲେ,ତଥା ତାଙ୍କ ପାରିପାର୍ଶିକ ଅବସ୍ଥା ଅନୁଯାୟୀ ଏହା ଆତ୍ମହତ୍ୟା ନୁହେଁ ବୋଲି ସନ୍ଦେହ ଘନିଭୂତ ହେଉଥିବା ବେଳେ ଏ ନେଇ ତାଙ୍କ ପରିବାର କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି ସ୍ପଷ୍ଟ ମନାକରି ଦେଇଛନ୍ତି। କେହି ହତ୍ୟା କରି ଉକ୍ତ ମହିଳା ଙ୍କୁ ଟ୍ରେନ ଲାଇନ ରେ ଫିଙ୍ଗି ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏ ଘଟଣା ର ଉପଯୁକ୍ତ ତଦନ୍ତ କରାଯିବା ନିମନ୍ତେ ଦାବି ହେଉଛି ।

Leave a Reply