ଅଜଣା ଟ୍ରକ ଧକ୍କାରେ ଦୁଇ ଗୁରୁତର

0
160
ଅଜଣା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୪) : ଟିଟିଲାଗଡ ଥାନା ଅନ୍ତର୍ଗତ ଦେସିଲ ଗ୍ରାମ ନୂଆପଡ଼ା ଛକ ଠାରେ କଳାହାଣ୍ଡି ଜିଲ୍ଲା ରାମପୁର ରୁ ଟିଟିଲାଗଡ ଏକ ବାଇକ୍ ଯୋଗେ ଦୁଇ ମାଆ ପୁଅ ଆସୁଥିବା ବେଳେ ପଛ ପଟରୁ ଆସୁଥିବା ଏକ ଦୃତଗାମୀ ହାଇୱା ଟ୍ରାକ ଜୋର ରେ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।

ଅଜଣା ଟ୍ରକ ଧକ୍କାରେ ଦୁଇ ଗୁରୁତର । ପ୍ରକାଶ ଯେ, ସନ୍ତୋଷ ସରାଫ ନାମକ ଜଣେ ଯୁବକ ତାଙ୍କ ମାଆ ଗୀତାଞ୍ଜଳି ସରାଫ (ବ – ୪୬) ଙ୍କୁ ଏକ ବାଇକ୍ ରେ ଟିଟିଲାଗଡ ନେଇ ଆସୁଥିବା ବେଳେ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିଲା । ଏପରି କି ଉକ୍ତ ଥିବା ପୋଲିସ କର୍ମଚାରୀ ଉକ୍ତ ଗାଡ଼ି କୁ ହାତ ମାରି ଟକେଇଇବା ଚେଷ୍ଟା ସତ୍ତ୍ଵେ ତାହା ଫେରାର ହୋଇ ଯାଇଥିଲା ।

ଟ୍ରକ କାହାର ସେ ନେଇ କିଛି ସୂଚନା ମିଳି ପାରି ନ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ଓ ସେଠି ଅଧିକ ଗୁରୁତର ଥିବା ଡାକ୍ତର ପ୍ରକାଶ କରି ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି।

Leave a Reply