କୋଟଗଡ ରେ ବିଜେଡି ର ମିଶ୍ରଣ ପର୍ବ ଓ କର୍ମୀ ସମ୍ବିଳନୀ

0
129
କୋଟଗଡ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୭/୪) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେଡି ବ୍ଲକ ସଭାପତି ତଥା ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱରେ ଗାନ୍ଧୀ ଛକ ଠାରୁ ବିରାଟ ବାଇକ ଶୋଭାଯାତ୍ରା ବାହାରି ବାଲିଗୁଡା ସହର ପରିକ୍ରମା କରିଥିଲା lWhatsApp Image 2024 04 17 at 20.58.03 କୋଟଗଡ ରେ ବିଜେଡି ର ମିଶ୍ରଣ ପର୍ବ ଓ କର୍ମୀ ସମ୍ବିଳନୀ

ପରେ ବାଇକ ଶୋଭାଯାତ୍ରା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ଼ ଓ ସିର୍ଲା ପଂଚାୟତ ଦେଇ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତ ରେ ପହଞ୍ଚିଥିଲା l ପରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କୋଟଗଡ଼ ବ୍ଲକ ର ପାରିଗଡ଼ ପଞ୍ଚାୟତ ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ବିଜେଡି l

ବିଜେଡି ସାଂସଦ ପାର୍ଥି ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କହଁର ଙ୍କୁ ବିପୁଳ ଭୋଟ ରେ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା କରିଛନ୍ତି ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ, ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁ, କୋଟଗଡ଼ ବ୍ଲକ ସାଂସଦ ପ୍ରତିନିଧି ମନୋଜ ସାବତ ଓ କୋଟଗଡ଼ ବ୍ଲକ ବିଜେଡି ସଭାପତି ଷ୍ଟିପେନ ପ୍ରଧାନ l ବିଜେଡି ପକ୍ଷ୍ୟ ରୁ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ପାରିଗଡ଼ ପଂଚାୟତ ର 400 ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି !

Leave a Reply