ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
107
ରାଷ୍ଟ୍ରୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୪) : ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।WhatsApp Image 2024 04 18 at 08.24.33 ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ଵାମସେଫ୍ ଓ ଵାମସେଫ୍ ର ସହଯୋଗୀ ସଙ୍ଗଠନ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଆନୁକୂଲ୍ୟରେ ଗୁଣପୁର, ଗୈାତମ ନଗର ଠାରେ ସମାଜ ସଂସ୍କାରକ ବାବାସାହେବ ବି ଆର ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ସହ ନବ ନିର୍ବାଚିତ ରାୟଗଡ଼ା ଜିଲ୍ଲା ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି ଓ ବିଭିନ୍ନ ବ୍ଲକ କିଷାନ ମୋର୍ଚ୍ଚା ସଭାପତି ମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳନ କରାଗଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମମୂର୍ତ୍ତୀ ପାଣି, ମୂଖ୍ୟ ବକ୍ତା ଭାବେ ଶ୍ରୀ ଯୋହନ ରାଇକା ଯୋଗ ଦେଇଥିଲେ ।

ଉକ୍ତ ସଭାକୁ ଗୁଣପୁର ଵାମସେଫ୍ ସଭାପତି ଶ୍ରୀ ସନ୍ତୋଷ କୁମାର ପାଳ ପରିଚାଳନା କରିଥିଵା ବେଳେ ରାୟଗଡ଼ା ଜିଲ୍ଲା ଵାମସେଫ୍ ସଭାପତି ଶ୍ରୀ ମାଣ୍ଡାଙ୍ଗି ତାଉଡୁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରସାଦ ପାଷ୍ପୁରେଡି, ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ କାହ୍ନୁ ଚରଣ ଲିମା, ରାମନାଗୁଡା ବାମସେଫ୍ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଷ୍ପୁରେଡି, ପଦ୍ମପୁର ବାମସେଫ୍ ସଭାପତି ଶ୍ରୀ କରୁଣାକର ନିମାଲା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ ଓ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ ।

ଉକ୍ତ ସଭାରେ ରାୟଗଡ଼ା ଜିଲ୍ଲା ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସଭାପତି ଶ୍ରୀ ଜଗନ୍ନାଥ ଶବର ଏଵଂ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ କିଷାନ ମୋର୍ଚ୍ଚା ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ହୋଇଥିବା ଜିଲ୍ଲା ଓ ବ୍ଲକ କିଷାନ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ହେଲେ , ଜଗନ୍ନାଥ ଶବର (ରାୟଗଡ଼ା ଜିଲ୍ଲା ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି), ରାମମୂର୍ତ୍ତୀ ଶଵର (ଗୁଣପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ସଭାପତି), ସୁନୀଲ ଅଡବାଇ (ଗୁଣପୁର ବ୍ଲକ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି), ନାଗଭୂଷଣ ମାଣ୍ଡାଙ୍ଗି (ରାମନାଗୁଡା ବ୍ଲକ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି), ଗୋପାଳ ଶଵର (ପଦ୍ମପୁର ବ୍ଲକ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି) , ସିମନ୍ ମାଝୀ (ଗୁଡ଼ାରୀ ବ୍ଲକ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି), ଧବଳେଶ୍ଵର ଲିମା (ଚନ୍ଦ୍ରପୁର ବ୍ଲକ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସଭାପତି) ।

Leave a Reply