ରାସ୍ତାରେ ଗଲାବେଳେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

0
27
ରାସ୍ତାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୮/୦୪) : କରଞ୍ଜିଆରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ ଓ ହେଲପର । ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଅଘଟଣ ।

ରାସ୍ତାରେ ଗଲାବେଳେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ।  ଆଜି ସକାଳେ ଏକ ଆଇରନ ବୋଝେଇ ୧୪ ଚକିଆ ଟ୍ରକଟି କେନ୍ଦୁଝରରୁ କୋଲାକତା ଅଭିମୁଖେ ଯାଉଥିଲା । ୪୯ ନମ୍ବର ଜାତୀୟ ରାଜପଥ ର ସିଙ୍ଗଡ଼ା ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଗଲା । ରାସ୍ତା ଉପରେ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply