ରାତିରେ ସାଙ୍ଗ ହୋଇ ଭୋଜିକଲେ: ସକାଳେ ଜଣେ ମୃତ, ଜଣେ ଗୁରୁତର

0
27
ରାତିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୮/୦୪) : ଭଡ଼ା ଘରେ କିଛି ଯୁବକ ସାଙ୍ଗ ହୋଇ ଭୋଜି କରୁଥିଲେ । ହେଲେ ହଠାତ ଖବର ଆସିଲା ଜଣଙ୍କ ସନ୍ଧେହ ଜନଙ୍କ ମୃତ୍ୟୁ ଆଉ ଜଣେ ଗୁରୁତର

ରାତିରେ ସାଙ୍ଗ ହୋଇ ଭୋଜିକଲେ, ସକାଳେ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ହେଉଛନ୍ତି ଜଗା ପାହାନ। ତାଙ୍କ ଘର ହେଉଛି ତୋଟା ଗାଁ’ରେ । ଗୁରୁତର ଯୁବକ ଜଣକ ନାଁ ହେଉଛି ସମୀର ପ୍ରଧାନ । ତାଙ୍କ ଘର ଚଣ୍ଡିପିଠ ଗ୍ରାମର ବୋଲି ଜଣା ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସିଙ୍ଗିଡ଼ାପଲ୍ଲୀ ଗାଁ’ରେ । ମଙ୍ଗଳବାର (ଗତକାଲି) ରାତିରେ ଏକ ଭଡ଼ା ଘରେ କିଛି ଯୁବକ ସାଙ୍ଗ ହୋଇ ଭୋଜି କରୁଥିଲେ । ହେଲେ ହଠାତ ୨ଜଣ ଯୁବକଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କ ମୃତ ଘୋଷଣା କରିଥିଲେ । ଅନ୍ୟଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଚାଲିଛି । ଏନେଇ ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ ।

Leave a Reply