ଘୋଷଯାତ୍ରା ଲାଗି ରଥକାଠ ଚିରଟ ଅନୁକୂଳ

0
47
ଘୋଷଯାତ୍ରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୮/୦୪) : ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ। ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି ।

କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତ କଳରେ ଆରମ୍ଭ ହୋଇଛି ଚିରଟ କାମ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଚିରଟ କାମ ଆରମ୍ଭ ହୋଇଥିଲା । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୫୦ ଖଣ୍ଡ କାଠ ପହଁଚିଛି । ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା, ରାଇ, ମଇ ଭଳି କାଠ ରହିଛି । ପ୍ରତିଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାମ ଚାଲିବ ଓ ଏଥିପାଇଁ ପ୍ରାୟ ୩୦ ଜଣ କର୍ମଚାରୀ ନିୟୋଜିତ ରହିବେ।

Leave a Reply