ଟ୍ରକ୍‌କୁ ପିଟିଲା କାର୍‌, ୧୦ ମୃତ

0
28
ଟ୍ରକ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୧୮/୦୪) : ଏକ୍ସପ୍ରେସ୍‌ ୱେରେ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ପିଟିଦେଲା ଦ୍ରୁତଗାମୀ କାର୍‌ । ଆଜି ଅପରାହ୍ନରେ ଏପରି ଭୟଙ୍କର ଦୁର୍ଘଟଣା ଗୁଜରାଟର ଅହମଦାବାଦ-ଭଦଦୋରା ଏକ୍ସପ୍ରେସ୍‌ ୱେ’ରେ ଘଟିଛି ।

ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଭିତରେ ଦୁଇ ଜଣ ଛୋଟ ପିଲା ଅଛନ୍ତି । ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ୍ସପ୍ରେସ୍‌ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା । ଠିକ୍‌ ସେହି ସମୟରେ ଏକ ଦୃତଗାମୀ କାର୍‌ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍‌ପି ରାଜେଶ ଗଦିୟା କହିଛନ୍ତି ।

Leave a Reply